ଦିବାକର ନମସ୍ତୁଭ୍ୟମ ପ୍ରଭାକର ନମସ୍ତୁତେ ||
ସବୁଦିନ ସକାଳୁ ଶେଜରୁ ଉଠିଲାପରେ ଆମେ ମାନେ ସୂର୍ଯ୍ୟ ଓ ତାକଂ ଆଲୋକ କୁ ଦେଖୁ, ଅନୁଭବ କରୁ | ଖରା ଆସ୍ତେ ଆସ୍ତେ ଟାଣ ହୁଏ, ଦ୍ଵିପ୍ରହରକୁ ଓ ଧିରେ ଧିରେ ସୂର୍ଯ୍ୟ
ପଶ୍ଛିମ
ଦିଗକୁ ଚିଲିଯାଆନ୍ତି | ସଂଧ୍ୟା ଆସିଯାଇ ଅଂଧାର ଅରମ୍ଭ ହୁଏ | ଅଂଧାର ରାତିରେ ଆସି
ଯାଆନ୍ତି ଚଂଦ୍ର ଓ ତାରା | ପୁଣି ସବୁଦିନ ସମସ୍ତେ ଦେଖାଯାଆନ୍ତି ନାହିଁ | ଆକାଶରେ ମେଘ
ନଥିଲେ ସେମାନେ ପରିସ୍କାର ଦେଖାଯାଆନ୍ତି | ଏହି ସବୁ ସମୟର ଚକ ଓ ପ୍ରୁଥିବୀର ଚଳନ
ଉପରେ
ନିର୍ଭର କରେ | ଏହି ସୂର୍ଯ୍ୟ, ଚଦ୍ର୍ନ ଓ
ତାରା ଦେଖି ଆମ ମନରେ ପ୍ରଶ୍ନ ଆସେ ଏମାନେ କେଉଁଠୁ ଆସୁଛନ୍ତି? କାହିଁକି ଏମାନେ
ସବୁଦିନ ସମାନ ଯାଗାରେ ରହୁନାହାନ୍ତି? କିଏ ରାତିରେ ଭଲଦେଖାଯାଉଛନ୍ତି ପୁଣି କିଏ ଲୁଚି
ଯାଉଛି, କିଏ ସକାଳ ଆଜି ୫.୩୦ ରେ ଆସିଳେଣି ତ କିଏ ୫.୪୦ ମିନିଟ ରେ | ଆମ ମନରେ
ପ୍ରଶ୍ନ ମାନେଯିମିତି ଆସୁଛନ୍ତି, ପଠାଣି ସାମନ୍ତକଂ ମନରେ ବହୁ ବର୍ଷ ପୁର୍ବେ ସିମିତି ପ୍ରଶ୍ନ ମାନେ ଆସିଥିଲେ |
ଖଣ୍ଡପଡା ରାଜ୍ୟ ରେ ୧୧ ଜାନୁଆରି, ୧ ୮୩୫ ମସିହାରେ ରଜାକଂ ଘରେ ଜନ୍ମ ଗ୍ରହଣ କରିଥିଲେ ପଠାଣି ସାମନ୍ତ ଚଦ୍ରଂ ସେଖର୍ ମହାପାତ୍ର | ଏକପରି ତହସିଲ,
ସବ୍ ଡିଭିଜନ, ଜିଲ୍ଲା ନ ଥିଲା | ରାଜା ମାନେ ରାଜ୍ୟ ଚଲାଉଥିଲେ | ତାକଂ ମାକଂ ନାମ ବିଷ୍ଣୁମାଳୀ ଓ ବାପାକଂ ନାମ ଶାମବଧ୍ନୁ ସିଂହ
ଥିଲା | ସେ ଜଣେ ଉତ୍ତମ ସ୍ଛର ର ଗଣିତ ଛାତ୍ର ଥିଲେ ଓ ଜାତକ ପତ୍ରରେ ମଧ୍ୟ ବହୁ ଞାନ ଥିଲା | ସେ ନିଜ ବିଦ୍ଯା ବୁଧିରେ ଚୋଟ ଚୋଟ ବାଉଁଶ ନଳୀ କରି ଛାତ ଉପରେ ବସି
ତାରା ଚଂଦ୍ର, ସୁଯ୍ୟ ଓ ଅନ୍ୟ ଗ୍ରହ ମାନକଂ ଗତି ଉପରେ, ଖାଲି ଆଖିରେ, ଲଷ୍ୟ କରି ତାଳପତ୍ର ରେ
ଲେଖି ରଖିଥିଲେ | ସେ "ମାନ୍ୟାନ୍ତର", "ଗୋଲ୍ୟାନ୍ତର" ଓ "ସୁଯ୍ୟ ଘଡି" ତିୟାରି କରିଥିଲେ ଓ ନିଜକୁ ଏକ ଉତ୍ତମ କାରିଗର ହବାର ପରିଚୟ ଦେଇଥିଲେ | ତୁଂଗତନ୍ତ୍ର, ପକ୍ସିକା ଓ ଦିଗମ୍ସ ତିନୋଟି ନୁତନ ପଧ୍ଧତି ତାକଂ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଯାଏ ଚଳୁ ଅଛି |
୧୮୯୯
ମସିହାରେ
ରେଭେନ୍ସା କଲେଜରେ ପଦାର୍ଥ ବିଞାନୀ ଯୋଗେଶ ଚଦ୍ନ୍ର ରାୟ ପଠାଣି ସାମନ୍ତକଂ ଲେଖାକୁ
ଇଂଗ୍ରାଜି ଭାଷାରେ ପୁର୍ନବାର ଲେଖିଥିଲେ | ଏଥିରେ କାଳ ନିର୍ଣୟ, ସୁଯ୍ୟ, ଚଂଦ୍ର,
ତାରା ମାନକଂ ଗତି,
ପାଟିଗଣିତ, ବିଜଗଣିତ ଆଦି ଲେଖା ଯାଇଥିଲା | ରଥଯାତ୍ରା, ଦଶହରା, କୁମାରପୁର୍ଣିମା,
ଚଦ୍ନ୍ର ଗ୍ରହଣ, ସୁଯ୍ୟ ପରାଗ ଇତ୍ୟାଦି କେବେ ହେବ ଆଗରୁ ଲେଖିଦେଇଛନ୍ତି | ସେଥିଲାଗି
ସମଗ୍ର ପୃଥିବୀରେ ପଠାଣି ସାମନ୍ତ ଜଣେ ଜୌତିର୍ବିଞାନି ରୁପେ ପରିଚିତ I ତାକଂର ଏହି ଆବିସ୍କାର କୁ ସଂଶକ୍ରୁତ ଗିତ ମାଧ୍ୟମ ରେ ଏକ ଅମୂଲ୍ୟ ଗ୍ରନ୍ଛ
"ସିଦ୍ଧାନ୍ତ-ଦର୍ପଣ" ରେ ୨୪ ଅଧ୍ୟାୟ ରେ ସଜାଇ ଦେଇଥିଲେ | ଏଥିରେ ପୁର୍ବରୁ ପ୍ରକାଶିତ ସୁଯ୍ୟ-ସିଧ୍ଧାନ୍ତ ଓ ସିଧ୍ଧାନ୍ତ-ସିରୋମଣି ର ମଧ୍ୟ କିଛି ଅଂସ ଦେଖା ଯାଏ | ସେଶରେ ତାକଂ ପ୍ରକାଶିତ "କୌତୁକ ପାଞି" ଆଜି ଯାଏଁ ପୁରୀ ର ଶ୍ରୀ ଜଗନ୍ନାଥ ମଦ୍ଵ୍ନିରେ ଚଳି ଆସୁଛି | ସେ ୧୯୦୪ ମସିହା ରେ ଦେହ ତ୍ୟାଗ କରିଥିଲେ |
ଭାରତ ର ୨ୟ "ଭାସ୍କର" ନାମରେ ମଧ୍ୟ ପଠାଣି ସାମନ୍ତ ପରିଚିତ | ଇଂରାଜୀ ସରକାରକଂ ଦ୍ଵାରା "ମାହାମହୋପାଧ୍ୟାୟ" ଉପାଧ୍ଧୀ ପ୍ରାପ୍ତ କରିଥିଲେ | ୧୯୮୬
ମସିହାରେ ତାକଂ ନାଁରେ ଭୂବନେଶ୍ବର ରାଜଧାନୀରେ ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯାଇଅଛି | ଛୋଟ ପିଲାକଂଠାରୁ ଆରମ୍ଭ କରି ବଡମଣିଷ ଜାଏଁ ସମସ୍ତକଂ ପାଇଁ ବହୁତ ଦରକାରି ହୋଇଛି | ଭୂବନେଶ୍ବର
ରେଲଷ୍ତେସନରେ ମଧ୍ୟ ତାକଂର ପ୍ରତିମୂର୍ତି ରଖାଯାଇଚି|

No comments:
Post a Comment