ନାଗରିକ ମାନଙ୍କର ସଚେତନତା ଓ “ବି-ହେପାଟାଇଟସ୍”
ବର୍ତମାନ ପରିସ୍ଥିତି ରେ ‘ହେପାଟାଇଟସ୍-ବି’ ବିଷୟରେ ସର୍ବ ସାଧାରଣଙ୍କ ଜାଣିବା ବହୁତ ଆବଶ୍ୟକ ହୋଇପଡିଛି । “ହେପା” ଅର୍ଥ ଯକୃତ [ ମଣିଷର ଡାହାଣ ପାଟ ପେଟ ରେ ଥାଏ ] । “ଟାଇଟିସ” ଅର୍ଥ ପ୍ରବାହ ବା ଫୁଲା ।
ପୂର୍ବେ ଧାରଣ ଥିଲା ଯେ ଅତ୍ୟଧିକ ମଦ୍ୟପାନ କାଲେ ଯକୃତ ପ୍ରବାହ ହୋଇ ଥାଏ, କିନ୍ତୁ ଏବେ ପରିସଂଖ୍ୟାନ ଦ୍ଵାରା ପ୍ରମାଣିତ ହେଲା ଯେ ଶତକଡା ଅଶୀଭାଗ ଯକୃତ ପ୍ରବାହ ଭୁତାନ ଦ୍ଵାରା ହୋଇ ଥାଏ । ଏହି ଭୂତାଣୁ ମାନେ ହେଲେ ଏ, ବି, ସି, ଡ଼ି, ଓ ଇ । ସବୁଠାରୁ ମାରାତ୍ମକ ଭୂତାଣୁ ବି’, ମଣିଷ ଶରୀରରେ ବର୍ଷ ବର୍ଷ ଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ କରନ୍ତି ନହିଁ । ହଠାତ ଦିନେ ରୋଗୀ ଆଚେତ ହୋଇ ଯକୃତର କାର୍ଯ୍ୟକାରିତା ଶକ୍ତି ହରାଇ ବସେ । କୋଣସି ଚିକିତ୍ସା ରକ୍ଷା କରି ପରେ ନହିଁ । ମୃତ୍ୟୁ ସୁନିଶ୍ଚିତ ।
କେବଳ ମନୁଷ୍ୟ ମାନଙ୍କ ଦ୍ଵାରା ଏହା ସଂକ୍ରମିତ ହୋ ଇ ଥାଏ । ଏଚ୍.ଆଇ।.ଭି ଭୂତାଣୁ ଯିଏ “ଏଡସ” ରୋଗ ସୃଷ୍ଟି କରେ ତାହା ଠାରୁ ଏହା ଶହେ ଗୁଣ ଆଧିକ ସଂକ୍ରମିତ ହୋ ଇ ଥାଏ । ତ ମାଖୁ ପରେ ହେପାଟାଇଟିସ ଭୂତାଣୁ କ୍ୟାନସରର ଦ୍ଵିଟ ପ୍ରଧାନ କାରଣ ।
ବର୍ତ୍ତମାନ ପରିସଂଖ୍ୟାନ ଦ୍ଵାରା ଯାନଯାଇଛି ଯେ, ଭାରତରେ ପାଞ୍ଚ କୋଟି ଲୋକ ଏହି ଭୂତାଣୁ ଶରୀରରେ ବହନ କରିଚାଲିଛନ୍ତି । ତା ଅର୍ଥ ୨୦ ଜଣରେ ଜଣେ ।
୧. ରକ୍ତ ଦ୍ଵାରା ପ୍ରଧାନତଃ ରୋଗୀ ଠାରୁ ସୁସ୍ଥ ଦେହକୁ ହେ ପା ଟାଇଟିସବି’ ଭୂ ତାଣୁ ସଂ କ୍ର ମିତ ହୋ ଇ ଥାଏ, ହେପାଟାଇଟିସବି’ ରକ୍ତ ରୋଗୀକୁ ଦିଆଗଲେ ।
୨. ରୋଗୀର ଆଘାତ ସ୍ଥାନ ରୁ ରକ୍ତ ସୁସ୍ତ ଲୋକ ଦେହର ଖଣ୍ଡିଆ ସ୍ଥାନ ରେ ଲାଗିଲେ ।
୩. ଅଶୋଧିତ ଛୁଞ୍ଚି ଓ ଯନ୍ତ୍ରପାତି ଦ୍ଵାରା ସାଧାରଣତଃ ଡ୍ରଗସ ବ୍ୟବହାର କରୁଥିବା ଲୋକମାନେ ଗୋଟିଏ ଛୁଞ୍ଚି ରେ ଡ୍ରଗସ ନେଇଥାନ୍ତି ।
୪. ଚିତା କୁଟାଇବା, ଆକ୍ୟୁପଂଚର ଚି କି ତ୍ସା [ଅ ଶୋଧିତ ଛୁ ଞ୍ଚି ଦ୍ଵାରା ହେ ଲେ ] ।
୫. ଛେପ, ପରିସ୍ରା, ଧାତୁ, ଯୋନିସ୍ରାବ ଏବଂ ସମଲିଙ୍ଗି ଯୌନ ସମ୍ପର୍କ [ବିଶେଷତଃ ପୁରୁଷ ମାନଙ୍କ ଦ୍ଵାରା] ।
୬. ଶିଶୁ ଜନ୍ମ ସମୟରେ ଯୋନିପଥ ସ୍ରବରୁ ।
୭. ରୋଗୀଙ୍କ ସହିତ ବିଭିନ ଭାବେ ନିବିଡ ସମ୍ପର୍କରେ ।
୮. ରୋଗାକ୍ରାନ୍ତ ସ୍ଵାମୀ ବା ସ୍ତ୍ରୀ ସହ ସହବାସ ଦ୍ଵାରା ।
୯. ଚିକିତ୍ସକ, ନର୍ସ, ପାଥୋଲୋଜି ଲ୍ୟାବ ରେ କମ କରୁଥିବା ଟେକନିସିଆନ ମାନେ ରୋଗି ର ରକ୍ତ ସଂସ୍ପର୍ଶ ରେ ଆସିଲେ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଭଲ ମଣିଷ ହେ ପା ଟା ଇଟିସ ରୋଗ ରେ ପୀ ଡିତ ହୁ ଏ ।
-ଡାଃ ପଦ୍ମନାଭ ମିଶ୍
