Monday, October 28, 2013

ନାଗରିକ ମାନଙ୍କର ସଚେତନତା ଓ “ବି-ହେପାଟାଇଟସ୍




ନାଗରିକ ମାନଙ୍କର ସଚେତନତା ଓ “ବି-ହେପାଟାଇଟସ୍” 


ବର୍ତମାନ ପରିସ୍ଥିତି ରେ ‘ହେପାଟାଇଟସ୍-ବି’ ବିଷୟରେ ସର୍ବ ସାଧାରଣଙ୍କ ଜାଣିବା ବହୁତ ଆବଶ୍ୟକ ହୋଇପଡିଛି । “ହେପା” ଅର୍ଥ ଯକୃତ [ ମଣିଷର ଡାହାଣ ପାଟ ପେଟ ରେ ଥାଏ ] । “ଟାଇଟିସ” ଅର୍ଥ ପ୍ରବାହ ବା ଫୁଲା ।
ପୂର୍ବେ ଧାରଣ ଥିଲା ଯେ ଅତ୍ୟଧିକ ମଦ୍ୟପାନ କାଲେ ଯକୃତ ପ୍ରବାହ ହୋଇ ଥାଏ, କିନ୍ତୁ ଏବେ ପରିସଂଖ୍ୟାନ ଦ୍ଵାରା ପ୍ରମାଣିତ ହେଲା ଯେ ଶତକଡା ଅଶୀଭାଗ ଯକୃତ ପ୍ରବାହ ଭୁତାନ ଦ୍ଵାରା ହୋଇ ଥାଏ । ଏହି ଭୂତାଣୁ ମାନେ ହେଲେ ଏ, ବି, ସି, ଡ଼ି, ଓ ଇ । ସବୁଠାରୁ ମାରାତ୍ମକ ଭୂତାଣୁ ବି’, ମଣିଷ ଶରୀରରେ ବର୍ଷ ବର୍ଷ ଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ କରନ୍ତି ନହିଁ । ହଠାତ ଦିନେ ରୋଗୀ ଆଚେତ ହୋଇ ଯକୃତର କାର୍ଯ୍ୟକାରିତା ଶକ୍ତି ହରାଇ ବସେ । କୋଣସି ଚିକିତ୍ସା ରକ୍ଷା କରି ପରେ ନହିଁ । ମୃତ୍ୟୁ ସୁନିଶ୍ଚିତ ।

କେବଳ ମନୁଷ୍ୟ ମାନଙ୍କ ଦ୍ଵାରା ଏହା ସଂକ୍ରମିତ ହୋ ଇ ଥାଏ । ଏଚ୍.ଆଇ।.ଭି ଭୂତାଣୁ ଯିଏ “ଏଡସ” ରୋଗ ସୃଷ୍ଟି କରେ ତାହା ଠାରୁ ଏହା ଶହେ ଗୁଣ ଆଧିକ ସଂକ୍ରମିତ ହୋ ଇ ଥାଏ । ତ ମାଖୁ ପରେ ହେପାଟାଇଟିସ ଭୂତାଣୁ କ୍ୟାନସରର ଦ୍ଵିଟ ପ୍ରଧାନ କାରଣ ।

ବର୍ତ୍ତମାନ ପରିସଂଖ୍ୟାନ ଦ୍ଵାରା ଯାନଯାଇଛି ଯେ, ଭାରତରେ ପାଞ୍ଚ କୋଟି ଲୋକ ଏହି ଭୂତାଣୁ ଶରୀରରେ ବହନ କରିଚାଲିଛନ୍ତି । ତା ଅର୍ଥ ୨୦ ଜଣରେ ଜଣେ ।

୧. ରକ୍ତ ଦ୍ଵାରା ପ୍ରଧାନତଃ ରୋଗୀ ଠାରୁ ସୁସ୍ଥ ଦେହକୁ ହେ ପା ଟାଇଟିସବି’ ଭୂ ତାଣୁ ସଂ କ୍ର ମିତ ହୋ ଇ ଥାଏ, ହେପାଟାଇଟିସବି’ ରକ୍ତ ରୋଗୀକୁ ଦିଆଗଲେ ।

୨. ରୋଗୀର ଆଘାତ ସ୍ଥାନ ରୁ ରକ୍ତ ସୁସ୍ତ ଲୋକ ଦେହର ଖଣ୍ଡିଆ ସ୍ଥାନ ରେ ଲାଗିଲେ ।

୩. ଅଶୋଧିତ ଛୁଞ୍ଚି ଓ ଯନ୍ତ୍ରପାତି ଦ୍ଵାରା ସାଧାରଣତଃ ଡ୍ରଗସ ବ୍ୟବହାର କରୁଥିବା ଲୋକମାନେ ଗୋଟିଏ ଛୁଞ୍ଚି ରେ ଡ୍ରଗସ ନେଇଥାନ୍ତି ।

୪. ଚିତା କୁଟାଇବା, ଆକ୍ୟୁପଂଚର ଚି କି ତ୍ସା [ଅ ଶୋଧିତ ଛୁ ଞ୍ଚି ଦ୍ଵାରା ହେ ଲେ ] ।

୫. ଛେପ, ପରିସ୍ରା, ଧାତୁ, ଯୋନିସ୍ରାବ ଏବଂ ସମଲିଙ୍ଗି ଯୌନ ସମ୍ପର୍କ [ବିଶେଷତଃ ପୁରୁଷ ମାନଙ୍କ ଦ୍ଵାରା] ।

୬. ଶିଶୁ ଜନ୍ମ ସମୟରେ ଯୋନିପଥ ସ୍ରବରୁ ।

୭. ରୋଗୀଙ୍କ ସହିତ ବିଭିନ ଭାବେ ନିବିଡ ସମ୍ପର୍କରେ ।

୮. ରୋଗାକ୍ରାନ୍ତ ସ୍ଵାମୀ ବା ସ୍ତ୍ରୀ ସହ ସହବାସ ଦ୍ଵାରା ।

୯. ଚିକିତ୍ସକ, ନର୍ସ, ପାଥୋଲୋଜି ଲ୍ୟାବ ରେ କମ କରୁଥିବା ଟେକନିସିଆନ ମାନେ ରୋଗି ର ରକ୍ତ ସଂସ୍ପର୍ଶ ରେ ଆସିଲେ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଭଲ ମଣିଷ ହେ ପା ଟା ଇଟିସ ରୋଗ ରେ ପୀ ଡିତ ହୁ ଏ ।


-ଡାଃ ପଦ୍ମନାଭ ମିଶ୍

ଯକୃତ ର ସୁରକ୍ଷା


ଯକୃତ ର ସୁରକ୍ଷା
ଶରୀର ରେ ଥିବା ହୃତପିଣ୍ଡ, ଫୁସଫୁସ ,ବୃକକ ମସ୍ତିଷ୍କ ପରି ଯକୃତ ଗୋଟେ ଅତି ଜରୁରୀ ଯନ୍ତ୍ର । ଏହା ଉପର ପେଟ ର ଡାହାଣ ପଟେ ଥାଏ । ଆମେ ଯାହା ଖାଉ ପିଉ ସେ ଭାତ ଡାଲି ତରକାରୀ ହେଉ ବା ମଦ, ଔଷଧ ହେଉ ସବୁ ଅନ୍ତନାଳୀ ରୁ ରସ ଆକାରରେ ରକ୍ତ ରେ ମିଶି ସିଧା ଯକୃତ କୁ ଯାଏ । ଶରୀର ର ଯାବତୀୟ ପରିଶ୍ରମ ପାଇଁ ମାଂସ ପେଶୀ ର ପ୍ରୋଟିନ, ରକ୍ତ, ରକ୍ତ ର ଜମାଟ ବାନ୍ଧିବା ଶକ୍ତି, ଚର୍ବି ଜାତୀୟ ଖାଦ୍ୟ ହଜମ ପାଇଁ bile, ଶରୀରରେ ପ୍ରବେଶ କରୁଥିବା ଜୀବାଣୁ ଓ ଭୂତାଣୁ ମାନଙ୍କ ବିରୁଦ୍ଧ ରେ ସଂଗ୍ରାମ କରିବା ପ୍ରତି ରୋଧ ଶକ୍ତି, ଯକୃତ ରେ ତିଆରି ହୋଇଥାଏ। ତେଣୁ ଏହା ଶକ୍ତି ର ଗନ୍ତାଘର । 
ଏହା ଶରୀର ର ହଠାତ ଦରକାର ବେଳେ ସାଙ୍ଗେ ସାଙ୍ଗେ ଶକ୍ତି ଯୋଗାଇ ଦେଇ ମନୁଷ୍ୟ କୁ ମୃତ୍ୟୁ ମୁଖରୁ ରକ୍ଷା କରିଥାଏ । ଶରୀର ରେ ପ୍ରବେଶ କରୁଥିବା ବିଷ, ଔଷଧ, ମଦ ଇତ୍ୟାଦି କୁଛାଣି ତାର ବିଷ କ୍ରିୟା ନଷ୍ଟ କରେ । କିନ୍ତୁ ଯକୃତକୁ ଅତ୍ୟଧିକ କାମ କରିବାକୁ ପଡିଲେ ଏହାର କୋଷ କ୍ରମେ ନଷ୍ଟ ହୋଇଯାଏ । ଏହି ରାସାୟନିକ କାରଖାନା ଥରେ ଖରାପ ହେଲେ ଆଉ ସଜାଡି ହୋଇ ପାରେ ନାହିଁ । ନିରୋଗୀ ଓ ଦୀର୍ଘ ଜୀବନ ପାଇଁ ତାର ସୁରକ୍ଷା ସର୍ବାଦୌ କର୍ତ୍ତବ୍ୟ ।

କାମଳ (Jaundice)

ସାଧାରଣତଃ ଲୋହିତ ରକ୍ତ କଣିକା (R.B.C) ନଷ୍ଟ ହେଲାପରେ ରାସାୟନିକ ପ୍ରକ୍ରିୟା ରେ Bilirubin ସେଥିରୁ ତିଆରି ହୋଇ ଯକୃତ ର ପିତକୋଷ ରେ Bile ଆକାର ରେ ଜମା ହୋଇଥାଏ । Bile ଗ୍ରହଣୀ (Duodenum)ବାଟେ ଅନ୍ତନାଳୀ ରେ ପ୍ରବେଶ କରି ଚର୍ବି ଜାତୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଯେତେବେଳେ Bilirubin ରକ୍ତ ରେ ନିର୍ଦ୍ଧିଷ୍ଟ ପରିମାଣ ରୁ ଅଧିକ ହୋଇ ଯାଏ ସେତେବେଳେ ନଖ, ଆଖି ଧଳା ଅଂଶ, ଚମଡା ଓ ପରିସ୍ରା ହଳଦିଆ ଦେଖାଯାଏ । ଏହା କୁ କାମଳ କୁହାଯାଏ । ଏହା ଅନ୍ୟ ରୋଗ ର ଲକ୍ଷଣ ମାତ୍ର ।


କାମଳ ର କାରଣ: ଯକୃତ ର ଅସୁସ୍ଥତା ।

୧) ଭୂତାଣୁ ଦ୍ଵାରା – ୫ ପ୍ରକାର ହେପାଟାଇଟସ ଭୂତାଣୁ ଙ୍କ ମଧ୍ୟ ଏ ଭୂତାଣୁ ବିଶେଷ ବ୍ୟାପୃତ । ଦୂଷିତ ଖାଦ୍ୟ, ପାନୀୟ, କଞ୍ଚା ପରିବ-ଫଳ, ଭଲଭାବରେ ରୋଷେଇ ହୋଇ ନ ଥିବା ଖାଦ୍ୟ ,ରୋଗୀ ଦ୍ଵାରା ଖାଦ୍ୟ ପରିବେଷଣ, ରୋଗୀ ସହିତ ଅତ୍ୟଧିକ ମିଳାମିଶା ଦ୍ଵାରା ଏହି ଭୂତାଣୁ ସୁସ୍ଥ ଶରୀର ରେ ପ୍ରବେଶ କରିଥାଏ । ଏହା ପିଲାଙ୍କ ଅପେକ୍ଷା ଯୁବା ଓ ବୟସ୍କ ମନକୁ ବେଶି ଆକ୍ରମଣ କରେ। ଏହି ରୋଗ ରେ ୯୫%ରୋଗୀ ଭଲ ହୋଇ ଯାନ୍ତି। ଖୁବ କମ ରୋଗୀଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଏ । ମୃତ୍ୟୁ ସଂଖ୍ୟା ବହୁତ କମ ।


ଲକ୍ଷଣ:

ଅଳ୍ପ ପରିଶ୍ରମ ରେ ହାଲିଆ ହେବା, ଭୋକ ନ ହେବା, ଦେହ ହାତ ଦରଜ ହେବା, କେତେବେଳେ କିମିତି ପତଳା ଝାଡା ଓ ବାନ୍ତି ହୋଇଯିବା, ଆଖି, ଚମଡା, ପରିସ୍ରା ହଳଦିଆ ରଙ୍ଗ ଦେଖାଯିବା ଇତ୍ୟାଦି ।
ସ୍ୱାସ୍ଥ୍ୟ ସଚେତନାର ଅଭାବ ଓ ନିମ୍ନ ମାନର ପରିମଳ ବ୍ୟବସ୍ଥା ଭୂତାଣୁ ଙ୍କ ସଂକ୍ରମଣ ରେ ସାହାଯ୍ୟ କରିଥାଏ ।

ଚିକିତ୍ସା:

ବିଶ୍ରାମ, ପୁଷ୍ଟି କର ଖାଦ୍ୟ, ପ୍ରଚୁର B Complex, ଭିଟାମିନ, ଆଖୁରସ, ଗ୍ଳୁକୋଜ, ସର୍ବତ ଇତ୍ୟାଦି ଦିଆଯାଏ।

୨)ମଦ୍ୟପାନ ର କୁ ପ୍ରଭାବ ଲିଭର ସିରୋସିସ

ଆଧୁନିକ ସଭ୍ୟତା ରେ ମଦ୍ୟପାନ ଅଭିଜାତ୍ୟ ର ଚିହ୍ନ ରୂପେ ସାଧାରଣ କଥା ରେ ପରିଣତ ହେଲାଣି । ପ୍ରଥମେ ପ୍ରଥମେ ସାଙ୍ଗ ସାଥିରେ ଖୁସି ବାସି ରେ ଅଳ୍ପ ଅଳ୍ପ ବ୍ୟବହାର କରୁ କରୁ ତାହା ଅଭ୍ୟାସ ରେ ପରିଣତ ହୁଏ । ଅନେକ ଦୁଃଖ କଷ୍ଟ ଭୁଲିବାକୁ, ପରିଶ୍ରମ ର କ୍ଳାନ୍ତି ମେଣ୍ଟାଇବାକୁ ଅକାଳେ ସକାଳେ ପିଉ ପିଉ ଅଭ୍ୟାସ ରେ ପଡିଯାଆନ୍ତି । ସେତେବେଳେ ମଣିଷ ମଦ ର କବଳିତ ହୋଇଯାଏ । ତାକୁ ଆଉ ଛାଡି ପାରେ ନାହିଁ । ଏହି ଅଭ୍ୟାସ ବର୍ଷ ବର୍ଷ ଧରି ଚାଲି ରହିଲେ, ଖାଲି ପେଟ ରେ ମଦ ପିଇଲେ, କିମ୍ବା ଦୂଷିତ ମଦ ପିଇଲେ (ଯାହାକି ଖଟି ଖିଆ ଙ୍କ ଭାଗ୍ୟ ରେ ଯୁଟିଥାଏ )। ଯକୃତ ର କୋଷ ମାନେ ମଦ ର ବିଷ କ୍ରିୟା କୁ ନଷ୍ଟ ନ କରିପାରି ନିଜେ ନଷ୍ଟ ହୋଇଯାଆନ୍ତି। ଏହାକୁ ଲିଭର ସି

ରୋସିସ କୁହାଯାଏ । ଏହା ପୁରୁଣା ହେଲେ ଜଳୋଦରୀ (ପେଟରେ ପାଣି ଜମିବା), ଶେଷରେ ଯକୃତ କ୍ୟାନସର ହୋଇ ରୋଗୀ ଅକାଳ ରେ ମୃତ୍ୟୁ ମୁଖରେ ପଡେ ।

ଲକ୍ଷଣ:

ରୋଗୀ ଦିନ କୁ ଦିନ ଦୁର୍ବଳ ହୋଇଯାଏ । ଓଜନ କମିଯାଏ । ମାନସିକ କଷ୍ଟ ବଢି ଯାଇ ବେଶୀବେଶୀ ମଦ ପିଏ । ରକ୍ତ ହୀନତା ଦେଖାଯାଏ । ପାକସ୍ଥଳୀ ଓ ଖାଦ୍ୟନଳୀ ର ରକ୍ତନାଳୀ ଫୁଲି, ଫାଟି ରକ୍ତ ବାନ୍ତି ହୁଏ ଓ ମଳଦ୍ଵାର ରକ୍ତନାଳୀ ଫୁଲି ରକ୍ତ ଝାଡା ହୁଏ, କମଳ ରୋଗ ଲାଗିରହେ । ଶେଷରେ ଯକୃତ ର କାର୍ଯ୍ୟ ଅକ୍ଷମତା ହେତୁ ଚେତାହୀନ ଅବସ୍ଥା ରେ ମୃତ୍ୟୁ ମୁଖରେ ପଡେ ।


ଚିକିତ୍ସା:

ମଦ ଛାଡିବାରେ ରୋଗୀ ର ଦାୟିତ୍ଵ ସହିତ ପରିବାର ର ସଦିଛା ଥିବା ଦରକାର। ମଦ୍ୟପ ତାର ମଦ୍ୟପ ବନ୍ଧୁ ଓ ସେ ପରିବେଶ କୁ ଛାଡିବାକୁ ପ୍ରଥମେ ଚେଷ୍ଟା କରିବା ଏବଂ ମଦ ର କୁ ପ୍ରଭାବ ବିଷୟ ରେ ତା ନିଜର ହୃଦବୋଧ ହେବା ଦରକାର । ପରିବାର ଲୋକ ମାନଙ୍କ ସଦିଛା ସହିତ ଡାକ୍ତର ଙ୍କ ପରାମର୍ଶ ତାଙ୍କୁ ମଦ ଛାଡିବାରେ ସାହାଯ୍ୟ କରିବ । ଖାଦ୍ୟ ରେ ବେଶୀ ପ୍ରୋଟିନ (ମାଛ, ମାଂସ, ଦୁଧ ଅଣ୍ଡା) ଜାତୀୟ ଖାଦ୍ୟ ଦିଆଯିବା, କାମଳ ନ ଥିଲେ ଚର୍ବି ଜାତୀୟ ଖାଦ୍ୟ ଶହେ ଗ୍ରାମ ଦିନ କୁ ଦିଆଯିବ। ଭିଟାମିନ ବି କମ୍ପ୍ଲେକ୍ସ ପ୍ରଚୁର ପରିମାଣ ରେ ଦିଆଯିବ।


୩)ଦୂଷିତ ରକ୍ତ ଗ୍ରହଣ:

କାମଳ ରୋଗୀ ର ରକ୍ତ, ଅସମତା ରକ୍ତ ଗ୍ରୁପ ରକ୍ତ (ସାଧାରଣତଃ ଏକା ଗ୍ରୁପ ରକ୍ତ ରୋଗୀଙ୍କୁ ଦିଆଯାଏ) ରକ୍ତ ଗ୍ରହିତା ନେଲେ କାମଳ ରୋଗ ଦେଖାଯାଏ ।


କ )ବହୁ ଦିନ ଧରି ପୀଡିତ ମେଲେରିଆ ଓ ନାଳରକ୍ତ ରୋଗୀଙ୍କ ଠାରେ କାମଳ ରୋଗ ଦେଖାଯାଏ । ତେଣୁ ଏ ସବୁ ରୋଗ ରେ ଉପଯୁକ୍ତ ଚିକିତ୍ସା କରିବା ଦରକାର ।

ଖ )ଅତ୍ୟଧିକ ଲୋହିତ ରକ୍ତ କଣିକା (R.B.C) ନଷ୍ଟ ହେଲେ ।

୧॰ ନବ ଜାତ ଶିଶୁ ର ଜନ୍ମ ର ୩ ରୁ୫ ଦିନ ଭିତରେ ବହୁତ RBCନଷ୍ଟ ହୋଇଯାନ୍ତି ଓ କାମଳ ରୋଗ ଦେଖାଯାଏ । ଏହା ଆପେ ଆପେ ଭଲ ହୋଇଯାଏ । ଚିକିତ୍ସା କରିବା ଦରକାର ପଡେନି । କିନ୍ତୁ ମାର RH ଗ୍ରୁପ ରକ୍ତ ର ଅସମତା ଥିଲେ ନବଜାତ ଶିଶୁର ୨୪ ଘଣ୍ଟା ମଧ୍ୟ ରେ ଭୟଙ୍କର କାମଳ ରୋଗ ଦେଖାଯାଏ । ତେଣୁ ଗର୍ଭବତୀ ମହିଳାଙ୍କର ଗର୍ଭାବସ୍ଥାରେ RH ଓ Blood Group Test ହେବା ନିହାତି ଆବଶ୍ୟକ ।

୨॰ସିକଲସେଲ ଓ ଥାଲାସେମିଆ ରୋଗ ରେ ଅପ୍ରାକୃତିକ –ହେମଗ୍ଲୋବିନ ଯୋଗୁଁ RBC ନଷ୍ଟ ହୋଇ ଯାଇ ରକ୍ତ ହୀନତା ଓ କାମଳ ରୋଗ ହୋଇଯାଏ ।

ଗ ) ପୀତ୍ତବାହି ନାଲୀଗୋଡି ଦ୍ଵାରା ଅବରୋଧ ହେଲେ ।

ପିତ୍ତକୋଷ ରେ ପିତ୍ତ (Bile) ସଞ୍ଚିତ ହୋଇଥାଏ । ଚର୍ବିଜାତିୟ ଖାଦ୍ୟ ହଜମପାଇଁ ପିତ୍ତାବାହୀ ନଳୀ ଦ୍ଵାରା ଗ୍ରହଣୀ ବାଟେ ଏହା ଅନ୍ତନାଳୀ ରେ ପ୍ରବେଶ କରେ । ପିତ୍ତରେ ବେଶୀ ପରିମାଣ ଜଳୀୟ ଅଂଶ, କୋଲେଷ୍ଟେରୋଲ ପତ୍ତିକ ଲବଣ ଓ ଅମ୍ଳ ଥାଏ । ଏମାନଙ୍କର ଅସମତା ହେଲେ ତାହା ଟାଣ ହୋଇ ପଥର ପାଲଟିଯାଏ । ଏହାକୁ Gallstone କହନ୍ତି । ସାଧାରଣତଃ ଯେଉଁମାନେ ଅତ୍ୟଧିକ ତେଲ, ଘିଅ, ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତି ସେମାନେ ଏହି ରୋଗ ରେ ପୀଡିତ ହୁଅନ୍ତି । ଏହି ପଥର ପିତ୍ତକୋଷ ରେ ବା ପିତ୍ତାବାହି ନଳୀ ରେ ରହି ପିତ୍ତ ସ୍ରାବ ରେ ବାଧା ଦିଅନ୍ତି। ରୋଗୀ ଡାହାଣ ପଟ ପିଞ୍ଜରା ତଳେ, ପିଠି ଓ ଖୁଆ ରେ ବିଶେଷ କଷ୍ଟ ଅନୁଭବ କରେ। ବେଳେ ବେଳେ ଯନ୍ତ୍ରଣା ରେ ଛଟ ପଟ ହୋଇ ଗଡେ। ବାନ୍ତି ବାନ୍ତି ଲାଗେ। ସାମାନ୍ୟ ଜର ବେଳେ ବେଳେ କାମଳ ଦେଖାଯାଏ । ଏହା ମଝିରେ କେତେଦିନ ଭଲ ହୋଇଗଲେ ମଧ୍ୟ ପୁଣି ହୁଏ । ଏହା ପାଇଁ ଅସ୍ତ୍ର ଚିକିତ୍ସା ଦ୍ଵାରା ପେଟ ରୁ ପଥର କାଢି ଦେଲେ କାମଳ ଓ ଯନ୍ତ୍ରଣା କାମିଯାଏ ।


-ଡାଃ ପଦ୍ମନାଭ ମିଶ୍